ଗଜପତି ଜିଲ୍ଲା ଯୁବ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଦଳର 25 ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଜିଲାର ଗୋଶାଣି ବ୍ଳକ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଆଯୋଜନ କରାଯାଇଥିଲା ଉକ୍ତ ଅବସରରେ ଗଜପତି ଜିଲ୍ଲାର ବିଜେଡି ର ଅନେକ ନେତୃ ଓ କର୍ମୀ ମାନଙ୍କୁ ଦେଖିବାକୁ ମିଳିଥିଲା। ପାରଳାଖେମୁଣ୍ଡି ରାଜଜେମା ସୁଶ୍ରୀ କଲ୍ୟାଣି ଦେବୀ,ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ, ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା, ଯୁବ ସଭାପତି ଲିଙ୍ଗରାଜ , ଛାତ୍ର ସଭାପତି ବିଶ୍ଵଜିତ ତ୍ରିପାଠୀ, ଗୋଶାଣୀ ବ୍ଲକ ବିଜେଡି ସଭାପତି, ଏବଂ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନଙ୍କର ଉତ୍ସାହର ସହ ଉପସ୍ଥିତି ଓ ସହଯୋଗ ଦେଖିବାକୁ ମିଳିଛି।
ଆଗାମୀ ଦିନରେ ସମସ୍ତ ବ୍ଳକ ମାନଙ୍କରେ ଏହି କାର୍ଯ୍ୟକ୍ରମ କୁ ଆଗେଇ ନିଆଯିବ ବୋଲି ଜିଲ୍ଲା ସଭାପତି ଓ ଯୁବ ସଭାପତି ସୂଚନା ଦେଇଥିଲେ।
0 Comments