ଆମେ କାହିଁକି ପାଳନ କରିବା?ବିଶ୍ୱ ଆଦିବାସୀ ଦିବସ ବିଶ୍ୱ ଆଦିବାସୀ ଦିବସ
ଲେଖକ:- ଥିଓଫିଲ ଗମାଙ୍ଗ,
( ଏହା ଲେଖକଙ୍କ ନିଜସ୍ୱ ମତା ମତ)
ଆଦିବାସୀ ମାନେ ଯୁଗ ଯୁଗ ଧରି ବିଶ୍ଵରେ ସେମାନଙ୍କ ନିହାର ଜୀବନ ଶୈଳୀ ପାଇଁ ବିଭିନ୍ନ ଧର୍ମଗ୍ରନ୍ଥରେ ସ୍ଵତନ୍ତ୍ର ଭାବେ ଉପସ୍ଥାନ କରାଯାଇଛି । ଭାରତର ସମ୍ବିଧାନ ମଧ୍ୟ ଆଦିବାସୀ ମାନଙ୍କ ସ୍ଵତନ୍ତ୍ର ଜୀବନ ଶୈଳୀକୁ ସୁରକ୍ଷା ,ନିୟନ୍ତ୍ରଣ ଓ ବିକାଶ କରିବା ପାଇଁ ସ୍ଵତନ୍ତ୍ର ଧାରା ଓ ସୂଚୀରେ ସ୍ଥାନିତ କରିଛି । ସାଧାରଣ ପ୍ରଶାସନ ଠାରୁ ଭିନ୍ନ କରି ସରକାର ସେମାନଙ୍କ ପାଇଁ ସ୍ଵତନ୍ତ୍ର ଆଇନ ବ୍ୟବସ୍ଥା ପ୍ରଣୟ କରିଛି । ଭାରତ ସ୍ଵାଧୀନ ହେଲା ପରେ ଆଦିବାସୀ ମାନଙ୍କୁ ଅନୁସୂଚୀତ ଜନଜାତି ଭାବରେ ସମ୍ବିଧାନରେ ସୂଚୀତ କରାଯାଇଛି । ଭାରତୀୟ ସମ୍ବିଧାନ ଆଦିବାସୀ ମାନଙ୍କୁ ସ୍ଵତନ୍ତ୍ର ଭାବେ ସଂପୂର୍ଣ୍ଣ ମୌଳିକ ଅଧିକାରକୁ ନିଜସ୍ୱ ଶୈଳୀରେ ପ୍ରୟୋଗ କରିବାର ଅଧିକାର ରହିଛି ଏବଂ ସେମାନଙ୍କର ସଂସ୍କୃତି ,ପରମ୍ପରା ଓ ଜୀବନଶୈଳୀର ସୁରକ୍ଷା ଓ ସୁନିଶ୍ଚିତ କରିବା ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି ।
ଭରତ ବର୍ଷରେ ୭୦୫ ପ୍ରକାରର ଆଦିବାସୀମାନେ ଅଛନ୍ତି (ସେମାନଙ୍କ ସଂଖ୍ୟା ପ୍ରାୟ 8.6% ଭାଗ ୧୦୪,୨୮୧,୦୩୪ ଓ ସମୁଦୟ ଜନସଖ୍ୟା ୧,୨୧୦,୮୫୪,୯୭୭ ଜନଗଣନା ୨୦୧୧ ଅନୁସାରେ ) ଯେଉଁ ମାନେ କି ବର୍ତ୍ତମାନ ସାମାଜିକ , ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ନିର୍ଯାତନରେ ନିର୍ଯାତିତ ହେଉଛନ୍ତି । ଜଙ୍ଗଲରୁ ସେମାନଙ୍କୁ ଉଚ୍ଛେଦ କରାଯାଉଛି , ନିଜ ଭିଟାମାଟିରୁ ବାସଚ୍ୟୁତ କରାଯାଉଛି , ମିଥ୍ୟା ମକଦମାରେ ଛନ୍ଦି ଦିଆଯାଉଛି ,ଦେଶଦ୍ରୋହୀ ,ନକ୍ସଲବାଦୀ ଓ ଆତଙ୍କବାଦୀ ର ଆଖ୍ୟାଦିଆଯାଉଛି । ବିଶେଷ କରି ଧର୍ମୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କ ଠାରୁ ଧର୍ମୀୟ ସ୍ଵାଧୀନତାକୁ ଛଡେଇ ନିଆଯାଉଛି ।
ଏ ସମସ୍ତ ଆଦିବାସୀଙ୍କ ସମସ୍ୟା କୁ ଆଖି ଆଗରେ ରଖି ଆଦିବାସୀ ମାନଙ୍କର ଉତ୍ତରତ୍ତୋର ଉନ୍ନତି ପାଇଁ ଏବଂ ପ୍ରତ୍ୟେକ ରାଷ୍ଟ୍ରକୁ ଉତ୍ତରଦାୟିତ୍ଵ କରିବା ପାଇଁ ମିଳିତ ଜାତିସଂଘ ୯ ଅଗଷ୍ଟ କୁ ଆଦିବାସୀ ମାନଙ୍କ ପାଇଁ ଏକ ବିଶେଷ “ଆନ୍ତର୍ଜାତିକ ଆଦିବାସୀ ଦିବସ ”ରୂପେ ପାଳନ କରିବା ପାଇଁ ୨୩ ଡିସେମ୍ବର ୧୯୯୪ ଘୋଷଣା କରିଥିଲା । ଆବଶ୍ୟକତାକୁ ରଖି ଏହି ବର୍ଷ “ପାରମ୍ପରିକ ଜ୍ଞାନକୌଶଳ ର ସଂରକ୍ଷଣ ଓ ସଞ୍ଚାରଣ କ୍ଷେତ୍ରରେ ଆଦିବାସୀ ମହିଳାଙ୍କ ଭୂମିକା” ରୂପେ ପାଳନ କରାଯାଉଛି ।
ଏଣୁ ଆସୁ ଆମ୍ଭେମାନେ ୯ ଅଗଷ୍ଟ କୁ ପାଳନ କରି ଯେପରି ଦେଶରେ ବାସ କରି ବିଶ୍ଵସ୍ତତାର ଅନୁଗାମୀ ହେବା ଆଉ ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଠ ସମସ୍ତ ସମ୍ବିଧାନିକ ଧାରାର ଅଂଶୀ ହେବା ପାଇଁ ଯତ୍ନଶୀଳ ହେବା ।
ଧନ୍ୟବାଦର ସହିତ
(ଇତି )

0 Comments