ସେରଙ୍ଗ ପଞ୍ଚାୟତ ରେ ଜ୍ଵର ର ପ୍ରକୋପ
ସେରଙ୍ଗ, 31/07/22
ବିଗତ କିଛି ଦିନ ସେରଙ୍ଗ ଅଞ୍ଚଳରେ କ୍ରମାଗତ ବର୍ଷା ଲାଗିରହିଛି ଏହି ଋତୁ ର ପରିବର୍ତ୍ତନ ରେ ବେଳେ ଶାରୀରିକ ପ୍ରତିରୋଧକ କ୍ଷମତା ମଧ୍ୟ ପ୍ରଭାବିତ ହେଇଥାଏ ବୋଲି ବିଶେଷକ ଙ୍କ ମତ ରହିଥାଏ।
ଏହି ପ୍ରଭାବରେ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ପାୟ ଘରେ ଘରେ ଜ୍ଵରରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳୁଛି। ସଧାରଣ ଲୋକଙ୍କ ପାଇଁ ଗ୍ରାମର କିଛି ଔଷଧି ଦୋକାନୀ ହି ସେମାନଙ୍କ ଚିକିତ୍ସା ର ସହାରା ହୋଇଛନ୍ତି। ଯେଉଁମାନଙ୍କର ଆର୍ଥିକ ସ୍ଥିତି ଭଲ ଅଛି ସେମାନେ 35 କିଲୋମିଟର ଦୂର ପାରଳାଖେମୁଣ୍ଡି ଯାଇଁ ଉପଚାର କରୁଛନ୍ତି କିନ୍ତୁ ଅନ୍ୟ ମାନଙ୍କ ପକ୍ଷେ ଈଶ୍ୱର ଭରଷା ରେ ଜୀବନ କାଟିବାରେ ବାଧ୍ୟ ହେଉଛନ୍ତି।

0 Comments