#ସଂଯୋଗ କରୁଛି ଓଡିଶା

ଗଜପତି ଜିଲ୍ଲାର ରା.ଉଦୟଗିରି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନୂତନ ବସ ସେବା ଶୁଭାଆରମ୍ଭ ହୋଇଛି। ଏଥିଦ୍ୱାରା ଏହି ଉପାନ୍ତ ଅଞ୍ଚଳ ର ଜନସାଧାରଣ ଙ୍କୁ ରାଜଧାନୀ ସହିତ ଯୋଡି ହେବାର ଆଉ ଏକ ଅବକାଶ ମିଳିଛି।
ଆଗରୁ ଏହି ଅଞ୍ଚଳରୁ ବେସରକାରୀ ନାଇଟ ଏକ୍ସପ୍ରେସ ଯାତାୟତ କରୁଛି। ଆଜିଠାରୁ ସରକାରୀ ହାଇଟେକ ବସ ସେବା ପାଇଁ ଅଞ୍ଚଳ ବାସୀଙ୍କ ମନରେ ଅନେକ ଆନନ୍ଦ ଦେଖିବାକୁ ମିଳିଛି। ଏହି ସେବା ଲୋକଙ୍କୁ ଦିନରେ ସେବା ଯୋଗାଇବ, ଏଥିରେ ଯାତ୍ରୀ ସେମାନଙ୍କ କାମ ଶେଷ କରି ଏକ ଦିନ ମଧ୍ୟରେ ଘରକୁ ଫେରିପାରିବେ। ବ୍ୟବସାୟୀ ମାନଙ୍କ ପକ୍ଷରେ ମଧ୍ୟ ଏହା ଅନେକ ସୁଯୋଗ ଆଣିଦେବ ବୋଲି ମତ ପ୍ରକାଶ ପାଉଛି। ଏହି ବସ ସେବା ଯୋଗୁ ଏହି ଅଞ୍ଚଳ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Post a Comment

0 Comments