ବିଶ୍ୱ ଆଦିବାସୀ ଦିବସ ପାଳନ ର ଆହ୍ଵାନ
05/08/2022, ମୋହନା। ମାନ୍ୟବର ମୋହନା ବ୍ଲକ ଅଧକ୍ଷ ଶ୍ରୀ ରଞ୍ଜୀବ ଶବର ସମସ୍ତ ସରପଞ୍ଚ ତଥା ସମିତି ସଭ୍ୟ ସଭ୍ୟାଙ୍କ ସହ ବୈଠକ ବସି ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ତା:09:08:2022ରିଖ ଦିନ ଆଦିବାସୀ ଭାଇ ଭଉଣୀଙ୍କ ସହ ସମସ୍ତ ଜାତି ଏବଂ ଧର୍ମର ଭାଇ ଭଉଣୀ ମାନଙ୍କୁ ବିଶ୍ୱ ଆଦିବାସୀ ଦିବସ ପାଳନ କରିବା ନିମନ୍ତେ ଆମନ୍ତ୍ରଣ କରିଛନ୍ତି l ଏହି ଦିବସଟି ରା:ଉଦୟଗିରିଠାରେ ପାଳନ କରାଯିବ l ସର୍ବ ସନ୍ମତି କ୍ରମେ ଏହା ନିଷ୍ପତି କରାଗଲା କି ସମସ୍ତ ପଞ୍ଚାୟତର ସରପଞ୍ଚ ମହୋଦୟ ମାନେ 20ରୁ ଉର୍ଦ୍ଧ ଲୋକଙ୍କୁ ନେଇ ଉକ୍ତ ସ୍ଥାନରେ ଉପସ୍ଥିତ ରହିବେl
ତେଣୁ ମୋହନା ବ୍ଲକର ସମସ୍ତ ବାପା, ମାଆ, ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କି ଉକ୍ତ ଦିବସରେ ଏକତ୍ରିତ ହୋଇ ଦିବସକୁ ସାଫଲ୍ୟ ମଣ୍ଡିତ କରିବା ହେବେ l
0 Comments