ପେସା ଚିଠା ନିୟମ ଉପରେ ପରାମର୍ଶ ଦାଖଲ ପାଇଁ ତିନିମାସ ଅବଧି ବୃଦ୍ଧି ପାଇଁ i
Indigenous people's forum ,Odisha ପକ୍ଷରୁ ଦାବି :ରାଜ୍ୟପାଳ ଓ ପଞ୍ଚାୟତରାଜ ବିଭାଗର ମୂଖ୍ୟ ସଚିବଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର,ତା୧୦/୦୧/୨୪: ପେସା ଚିଠା ନିୟମ ଉପରେ ପରାମର୍ଶ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହି ସମୟସୀମାକୁ ଅଧିକ ତିନିମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଁ Indigenous people's forum, Odisha ପକ୍ଷରୁ ଦାବି କରାଯାଇଛି ଏବଂ ଏହି କ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ, ପଞ୍ଚାୟତରାଜ ବିଭାଗର ମୂଖ୍ୟ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
Indigenous people's forum, Odisha ଓଡ଼ିଶାର 62 ପ୍ରକାର ଆଦିବାସୀ ମାନଙ୍କୁ ସଚେତନ କରିବା, ତାଙ୍କର ପାରମ୍ପରିକ ଶାସନ ବ୍ୟବସ୍ଥାକୁ ପୁନଃରୁଦ୍ଧାର କରି ସୁଦୃଢ କରିବା, ସରକାରୀ ବେସରକାରୀ କଳ ଦ୍ବାରା ଓ ସାହୁକାରଙ୍କ ଶୋଷଣରୁ ମୁକ୍ତି ପାଇଁ ବିଶେଷ କରି କମ୍ପାନୀ ଦ୍ଵାରା ବିସ୍ଥାପିତ ମାନଙ୍କ ନ୍ୟାୟ ପାଇଁ, ଜଳ ଜମି ଜଙ୍ଗଲ ର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ଓ ଓଡ଼ିଶାର ସମସ୍ତ ଆଦିବାସୀ ମାନଙ୍କୁ ଗୋଟିଏ ଛତ୍ରଛାୟା ତଳେ ଏକତ୍ରିତ କରିବା ପାଇଁ ଲଢ଼ୁଥିବା ସଂଗଠନର ଏକ ରାଜ୍ୟସ୍ତରୀୟ ପ୍ଲାଟଫର୍ମ ଅଟେ, ଯାହା ଓଡ଼ିଶାରେ ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦ, ଆଦିବାସୀ ଦିବସ ଓ ଗଭର୍ଣ୍ଣର କାର୍ଯ୍ୟାଳୟ ପରିସରରେ ସ୍ବତନ୍ତ୍ର ଭାବରେ ଅଧିବାସୀଙ୍କ ପାଇଁ ଟ୍ରିବାଲ ସେଲ୍ ଓ ଓଡିଶାରେ ପେସା ଆଇନକୁ ପ୍ରଣୟନ କାର୍ଯ୍ୟକାରୀ କରିବା ପାଇଁ ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ଏହି ପ୍ଲାଟଫର୍ମ ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କରେ ଆଦିବାସୀ ମାନଙ୍କୁ ଏକତ୍ରିତ କରିବା ପାଇଁ ଜାତୀୟ ସ୍ତରରେ "ଆଦିବାସୀ ସମନ୍ଵୟ ପାଞ୍ଚ ଭାରତ" ଏକ ଜାତୀୟ ସ୍ତରୀୟ ପ୍ଲାଟଫର୍ମ ଗଠନ କରି ଆଦିବାସୀ ଓ ଅନୁସୂଚୀତ ଅଞ୍ଚଳ ପ୍ରତି ଉଦ୍ଧିଷ୍ଟ ଥିବା ସମସ୍ତ ସାମ୍ବିଧାନିକ ଅଧିକାର ଓ ଆଇନର ସଠିକ୍ କାର୍ଯ୍ୟାନ୍ୱୟନ, ଅନୁସୂଚିତ ଅଞ୍ଚଳରେ ଶାସନ ବ୍ୟବସ୍ଥା ଏବଂ ଆଦିବାସୀ ମାନଙ୍କର ଜମି ଏବଂ ସମ୍ବଳ ଅଧିକାର ସହ ଜଡିତ ବିଷୟକୁ ନେଇ ସରକାରଙ୍କୁ ଅନେକ ସ୍ମାରକପତ୍ର ପ୍ରଦାନ କରିଆସୁଛି।ପେସା ଅଧିନିୟମ ପ୍ରଣୟନ ହେବାର ଦୀର୍ଘ ୨୭ ବର୍ଷ ପରେ ଜନସାଧାରଣଙ୍କ ମତାମତ, ଆପତ୍ତି ଏବଂ ପରାମର୍ଶ ଗ୍ରହଣ ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଗତ ୧୦-୧୧-୨୦୨୩ ତାରିଖର ସଂଖ୍ୟା- ପି.ଆର୍- ପି.ଏ.ଡି.ଏମ୍ -ମିସ୍ କେସ-୦୦୮୧ -୨୦୨୧-୨୫୭୮୧(No-PR-PADM-MISC-0081-2021-25781) ବିଜ୍ଞପ୍ତି ନିମନ୍ତେ IPFO ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
ଆଇ ପି ଏପ୍ ଓ ର ରାଜ୍ୟ ଆବାହକ ଥିଓଫିଲ୍ ଗମାଙ୍ଗ ଙ୍କ ଦ୍ଵାରା ପ୍ରଦତ୍ତ ସ୍ମାରକପତ୍ର ରେ କୁହାଯାଇଛି, ଯେ ଜନସାଧାରଣଙ୍କ ମତାମତ, ଆପତ୍ତି ଏବଂ ପରାମର୍ଶ ଦାଖଲ କରିବାର ଶେଷ ତାରିଖ, ଯାହା ୧୦ ଜାନୁୟାରୀ ,୨୦୨୪କୁ ଧାର୍ଯ୍ୟ ହୋଇଛି, ତାହା ଅନ୍ତତଃ ପକ୍ଷେ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଏଥିରେ ଯୁକ୍ତି ଦର୍ଶାଯାଇଛି ଯେ, ପ୍ରଥମତଃ ଓଡିଶାର ବିଭିନ୍ନ ଭାଗରେ ବାସ କରୁଥିବା ଆଦିବାସୀ ଜନସଂଖ୍ୟାର ବୃହତ ଗୋଷ୍ଠୀ ମଧ୍ୟରେ ପେସା ଆଇନ୍ ର ଚିଠା ନିୟମ-୨୦୨୩ ଉପରେ ବ୍ୟାପକ ଆଲୋଚନା ଏବଂ ପରାମର୍ଶ ପାଇଁ ପର୍ଯ୍ୟାପ୍ତ ସମୟ ଆବଶ୍ୟକ | ଦ୍ୱିତୀୟତଃ ବର୍ତ୍ତମାନର ବିଜ୍ଞପ୍ତି ଇଂରାଜୀ ସଂସ୍କରଣରେ ଥିବାରୁ ସାଧାରଣ ଜନତାଙ୍କୁ ଭଲ ଭାବରେ ବୁଝାଇବା ପାଇଁ ଏହି ଚିଠା ନିୟମ ଓଡିଆ ଭାଷା ସମେତ ସମସ୍ତ ଆଦିବାସୀ ଭାଷାରେ ଅନୁବାଦ ହେବା ଆବଶ୍ୟକ। ତୃତୀୟତଃ ପେସା ଚିଠା ନିୟମାବଳୀ ସଂପର୍କରେ ପେସା ଆଇନ ପରିସରଭୁକ୍ତ ତଥା ସମସ୍ତ ଅନୁସୂଚିତ ଅଞ୍ଚଳର ଗ୍ରାମ ପଞ୍ଚାୟତ ସ୍ତରରେ ଏ ସଂପର୍କରେ ବିସ୍ତୃତ ସୂଚନା ସହ ଆଲୋଚନା ସଭା ଆୟୋଜନ କରାଯିବା ଆବଶ୍ୟକ, ଯେପରିକି ତୃଣମୂଳ ସ୍ତରରେ ଏ ସଂପର୍କରେ ଯଥାର୍ଥ ଆଲୋଚନା ହୋଇପାରିବ ଏବଂ ଉପଯୁକ୍ତ ମତାମତ ଆସିପାରିବ ।
ପେସା ଆଇନ୍ ଅନୁଯାୟୀ ଉପଯୁକ୍ତ ମତାମତ, ପରାମର୍ଶ ଓ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ଆଇନଗତ ମାନ୍ୟତା ଓ କ୍ଷମତା ରହିଥିବାରୁ ଗ୍ରାମସଭାକୁ ବାଦ୍ ଦେଇ ପେସା ଆଇନ୍ ର ନିୟମାବଳୀ ସ୍ଥିର କରାଗଲେ ତାହା ଜନାଭିମୂଖୀ କିମ୍ବା ଫଳପ୍ରଦ ହୋଇପାରିବ ନାହିଁ।
ତେଣୁ ଏହି ପରିସ୍ଥିତିରେ ଓଡିଶା ରାଜ୍ୟର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜନଜାତିଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ପେସା ଚିଠା ନିୟମ- ୨୦୨୩ ଉପରେ ଉପଯୁକ୍ତ ମନ୍ତବ୍ୟ ଏବଂ ଅର୍ଥପୂର୍ଣ୍ଣ ପରାମର୍ଶ ପାଇଁ ଅନ୍ତତଃ ପକ୍ଷେ ତିନିମାସ ପାଇଁ ସମୟସୀମା ବୃଦ୍ଧି କରିବା ଦିଗରେ ବିଚାର କରିବାକୁ ସି.ଏସ୍.ଡି ପକ୍ଷରୁ ନିବେଦନ କରାଯାଇଛି ।
ସମ୍ବାଦ ପ୍ରସ୍ତୁତି:
ଥିଓଫିଲ ଗମାଙ୍ଗ
ରାଜ୍ୟ ଆବାହକ .
ଇଣ୍ଡିଜେନୋସ୍ ପିପୁଲ ଫରୋମ, ଓଡିଶା
ଫୋନ୍: ୯୪୩୮୧୫୬୩୧୫
0 Comments